ଅଭିନବ ଚାଷୀ
|
ବିଷୟବସ୍ତୁ ର କ୍ଷେତ୍ର | : | କୃଷି ଯାନ୍ତ୍ରିକରଣ |
|
ବୟସ |
: |
୬୧ |
ବିଷୟ | : | ହସ୍ତଚାଳିତ ଧାନ ରୁଆ ଯନ୍ତ୍ର |
|
ଶିକ୍ଷା |
: |
ପଂଚମ |
ନାମ | : | ଶ୍ରୀ ରଂଜିତ୍ ମିରିଗ |
|
ଚାଷ ଜମି ପରିମାଣ |
: |
୬ ଏକର |
ଗ୍ରାମ | : | ଗଡ଼ମୁଣ୍ଡା |
|
କୃଷି ଅଭିଜ୍ଞତା |
: |
୨୬ ବର୍ଷ |
ବ୍ଲକ | : | ଧନକଉଡା |
|
ଚାଷ କ୍ରମ |
: |
ଧାନ - ଧାନ |
ଜିଲ୍ଲା | : | ସମ୍ବଲପୁର |
|
ସାମାଜିକ ପ୍ରଶଂସା |
: |
ସର୍ବୋତ୍ତମ କୃଷକ ପୁରସ୍କାର |
ପିନ୍ | : | ୭୬୮ ୦୦୬ (ଓଡିଶା ) |
|
|
|
|
| | |
|
|
|
|
ଶ୍ରୀ ରଂଜିତ୍ ମିରିଗ, ବୟସ ୬୧ ହେଉଛନ୍ତି ସମ୍ବଲପୁର ଜିଲ୍ଲା ର ଗଡ଼ମୁଣ୍ଡା ଗ୍ରାମର ବାସିନ୍ଦା | ସେ ଚାଷ କରି ତାଂକର ପରିବାର ପ୍ରତିପୋଷଣ କରିଥାନ୍ତି |
ତାଂକର ୬ ଏକର ଚାଷ ଜମିରେ ଉଭୟ ଖରିଫ ଓ ରବି ଊତୁରେ ଧାନ ଚାଷ କରିଥାନ୍ତି | ଧାନ ରୁଆ ସମୟରେ ସେ କୃଷି ଶ୍ରମିକ ମିଳୁନଥିବାରୁ ଅସୁବିଧା ର ଶିକାର ହୋଇଥିଲେ |
ଏହି ଅସୁବିଧା ତାଂକୁ ଯନ୍ତ୍ର ଦ୍ବାରା ଧାନ ରୋଇବା ପାଇଁ ପ୍ରବର୍ତାଇଥିଲା | ସେତେବେଳେ ସେ ଦେଖିଲେ ଯେ ଯନ୍ତ୍ର ଚାଳିତ ଧାନ ରୋଇବା ମେସିନର ମୁଲ୍ୟ ବହୁତ ଅଧିକ, ତେଣୁ ସେ ଗୋଟିଏ ହସ୍ତଚାଳିତ ମେସିନର ପରିକଳ୍ପନା କଲେ |
ସେ’ ତାଂକ ଜୀବନର ୨୨ ବର୍ଷ ଖର୍ଚ୍ଚ କରି ଏକ ହସ୍ତଚାଳିତ ମେସିନର ଆବିଷ୍କାର କରିଛନ୍ତି | ଏହି ମେସିନ ପାଇଁ ସେ ଓଡିଶା ଓ ଭାରତ ସରକାରଂକ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରଷ୍କୃତ ମଧ୍ୟ ହୋଇଛନ୍ତି |
ଏହି ମେସିନ ର ଓଜନ ପ୍ରାୟ ୪୫ କି.ଗ୍ରା., ଲମ୍ବ ୫ ଫୁଟ, ଚଉଡା ୨.୫ ଫୁଟ | ଏହି ଯନ୍ତ୍ରକୁ ଚଳେଇବା ପାଇଁ ଦୁଇଜଣ ଶ୍ରମିକ ଦରକାର ହୋଇଥାନ୍ତି, ଜଣେ ଯନ୍ତ୍ରକୁ ଟାଣିବା ପାଇଁ ଓ ଅନ୍ୟ ଜଣେ ଯନ୍ତ୍ର ଦ୍ବାରା ରୋଇବା ପାଇଁ |
ଉଦ୍ଭାବନର ବ୍ୟବହାରିକ ଉପଯୋଗୀତା
ଧାନ ରୋଇବା ପାଇଁ କୃଷି ଶ୍ରମିକ ମିଳୁନଥିବାର ଅସୁବିଧା କୁ ଦୁର କରିବା ପାଇଁ ଓ ଚାଷ ଖର୍ଚ୍ଚ କୁ କମ୍ କରିବା ପାଇଁ ଏହା ସ୍ବଳ୍ପ ଚାଷ ଜମି ଥିବା ଚାଷି ଭାଇ ମାନଂକ ପାଇଁ ଉପଯୁକ୍ତ | ଦୁଇ ଜଣ ଶ୍ରମିକ ୭-୮ ଘଣ୍ଟା ସମୟ ମଧ୍ୟରେ ଏକ ଏକର୍ ଚାଷ ଜମିରେ ଧାନ ରୋଇ ପାରିଥାନ୍ତି |
ଏହି ମେସିନ ର ପାଂଚ ଟି ଲିଭର ଧାନ ରୋଇବାରେ ବ୍ୟବହୃତ ହୋଇଥାଏ | ଏହି ମେସିନ ଦ୍ବାରା ଧାନ ରୋଇବା ପାଇଁ ଧାନ ତଳି ୧୨-୧୪ ଦିନ ହୋଇଥିଲେ ଉପଯୁକ୍ତ ହୋଇଥାଏ | ଏହି ମେସିନ ରେ ଧାନ ରୋଇଲେ ଧାଡି କୁ ଧାଡି ୧୮ ସେ.ମି.ଓ ଗଛ କୁ ଗଛ ୧୫ ସେ.ମି.
ର ବ୍ୟବଧାନ ରହିଥାଏ | ଏହି ମେସିନ ର ମୁଲ୍ୟ ପ୍ରାୟ ଟ.୨୦,୦୦୦ /-
ଉଦ୍ଭାବନ ର ଫଟୋଗ୍ରାଫ୍